ସମ୍ଭାବ୍ୟ ମରୁଡ଼ିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୮: ରାଜ୍ୟରେ ଚଳିତବର୍ଷ ବର୍ଷାର ପରିମାଣ କମିଯାଇଛି। ଏ ଯାଏ ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ହୋଇଛି। ସେହିପରି ରାଜ୍ୟର ୨୧୩ ବ୍ଲକରେ ବର୍ଷାର ଅଭାବ ଦେଖା ଦେଇଛି।ଏହାରିମଧ୍ୟରେ ସମ୍ଭାବ୍ୟ ମରୁଡ଼ିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ  ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିବାକୁ କୃଷି ବିଭାଗକୁ ନିର୍ଦେଶ ଓ ୭ ଦିନ ମଧ୍ୟରେ ସବୁ ଉଠା ଜଳସେଚନ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମରୁଡ଼ି ସ୍ଥିତି ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।