ସେପ୍ଟେମ୍ବର ମାସ ପାଇଁ ଆସିଲା ଗାଇଡ଼ଲାଇନ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୩୧/୮: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନି। ଏହାରିମଧ୍ୟରେ ଆଜି ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ଼ଲାଇନ ଜାରି ହୋଇଛି। ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା। ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବନି। ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ। ସେହିପରି ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୨୫୦ ଜଣ ଯୋଗ ଦେଇପାରିବେ।ସିନେମା ହଲ୍‌ରେ ଶତ ପ୍ରତିଶତ ଦର୍ଶକ ବସିପାରିବେ। ଅଡିଟୋରିଅମ, ମଲ୍‌ ଓ ହଲ୍‌ରେ ଟିକା ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ନୁହେଁ। ଧାର୍ମିକ ଅନୁଷ୍ଠାନ ଓ ପର୍ବ ପର୍ବାଣୀ ନେଇ  ଅଗଷ୍ଟ ଗାଇଡ୍‌ଲାଇନ୍‌ ଜାରି ରହିବ।

ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରହିବ । ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ରହିବ। ସାରା ରାଜ୍ୟରେ ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ।