ଡିସେମ୍ବର ସୁଦ୍ଧା ଟିକାକରଣ ସରିବ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର, ୩୧/୮: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି ମଧ୍ୟରେ ଟିକାକରଣ ଡିସେମ୍ବର ସୁଦ୍ଧା ସରିବ ଟିକାକରଣ ସରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ତେବେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ଏବେ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆଯାଇ ସାରିଛି । ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି । ମୋଟ ୫୪ % ପ୍ରଥମ ଡୋଜ ଦିଆଯାଇଛି । ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି । ଶିକ୍ଷକ ଓ ଦ୍ୱିତୀୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଅନ୍ୟପଟେ ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।