ରାଜ୍ୟରେ ଆଜି ଆଉ ୬୮ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୩୧/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୮ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୬୯କୁ ବୃଦ୍ଧି ପାଇଛି ।କଟକରୁ ୨୨, ଅନୁଗୁଳରୁ ୧୧, ଜଗତସିଂହପୁରରୁ ୮, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ବରରୁ ୫, ଢେଙ୍କାନାଳରୁ ୪ , ଭଦ୍ରକ ଓ ପୁରୀରୁ ୩ ଜଣ ଲେଖାଏଁ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।