ଭୁବନେଶ୍ୱରରେ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୬/୧୧: ଭୁବନେଶ୍ୱରରେ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାଜଧାନୀରେ ମନ୍ଦିର ଖୋଲିବ କି ନାହିଁ ବିଚାରବିମର୍ଶ ଚାଲିଛି । ବିଶେଷଜ୍ଞ ଓ ଡାକ୍ତରୀ ଟିମଙ୍କ ମତାମତ ନିଆଯାଉଛି। ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢୁଛି । ତେଣୁ ମନ୍ଦିରଗୁଡିକ ଖୋଲିବା ଆଶା କ୍ଷୀଣ ଅଛି ।  ସବୁ ସ୍ଥିତିର ସମୀକ୍ଷା ପରେ ଧର୍ମାନୁଷ୍ଠାନଗୁଡିକ ଖୋ ଲା ଯିବା କି ନାହିଁ ନିଷ୍ପତ୍ତି ନିଆଯିବ ।