ଗଞ୍ଜାମ ଜିଲ୍ଲା ଗସ୍ତରେ ଡିଜିପି

ଭୁବନେଶ୍ୱର, ୩୦/୮:ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ। ସେଠାରେ ପହଂଚି  ପ୍ରଥମେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଥାନାର ନୂଆ କୋଠାକୁ ଉଦଘାଟନ କରି ଥାନା ପରିସର ବୁଲି ଦେଖିଥିଲେ । ଏହାସହ ବ୍ରହ୍ମପୁର ବଡ଼ ବଜାର ଏଟିଏମ ଗାଡି ଲୁଟ ଘଟଣାର ପର୍ଦ୍ଦାଫାସ୍ ହୋଇ ଥିବାରୁ ଏସପି ଓ ତାଙ୍କ ଟିମକୁ ସାଧୁବାଦ ଜଣାଇଥିଲେ । ଏଥି ସହ ମାଓବାଦୀ ମାନେ ମାଓ କାର୍ଯ୍ୟକୁ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ବେଳେ ମାଓ ଅଞ୍ଚଳରେ ମାଓବାଦୀଙ୍କ ସଂଖ୍ୟା କମୁଥିବା ନେଇ ସୂଚନା ଦେଇଥିଲେ ଡିଜିପି । ତେବେ ଡିଜିପିଙ୍କ ଏହି ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ୍ ମିଶ୍ର , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।