ପାରା ଅଲିମ୍ପିକ୍ସରେ ସୁଟିଂରେ ଭାରତକୁ ମିଳିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ, ୩୦/୮: ପାରା ଅଲିମ୍ପିକ୍ସରେ ସୁଟିଂରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଅବନି ଲେଖରା । ମହିଳା ୧୦ମିଟର ଏୟାର ପିସ୍ତର ଫାଇନାଲରେ ସେ ସ୍ୱର୍ଣ୍ଣ ଜିତିଛନ୍ତି । ଏହାସହ ସେ ଓ୍ୱାଲର୍ଡ ରେକର୍ଡ ସମକକ୍ଷ ବି ହୋଇଛନ୍ତି । ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ୧୯ ବର୍ଷୀୟ ଅବନୀ ଲେଖରା ୧୦ ମିଟର ଏୟାର ରାଇଫଲର କ୍ଲାସ ଏସଏଚ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ସୁଟିଂରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ । ତାଙ୍କର ଏହି ସଫଳତାରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।