ଓସିଏର ଖେଳାଳି ଏବଂ କର୍ମଚାରୀଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୮/୮: ଓଡିଶା କ୍ରିକେଟ୍ ଆସୋସିଏସନର ଖେଳାଳି ଏବଂ କର୍ମଚାରୀଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଓସିଏ ସମ୍ମିଳନୀ ହଲ୍ ପରିସରରେ ପଞ୍ଜୀକୃତ କ୍ରିକେଟର, ଅଧିକାରୀ ଏବଂ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏକ ଟୀକାକରଣ କାର୍ଯ୍ୟକ୍ରମ କରାଯାଇଥିଲା । ଓସିଏର ଖେଳାଳି, ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଟୀକାକରଣ ସଫଳତାର ସହିତ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା। ଶେଷରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା କାର୍ଯ୍ୟକ୍ରମ ସଫଳତା ସହ ପରିଚାଳିତ ହୋଇଥିବା ନେଇ ଓ ସମର୍ଥନ ପାଇଁ CDMOଙ୍କୁ ଧନ୍ୟବାଦ ଜଣାଇଥିଲେ ।