ସେପ୍ଟେମ୍ବର ୩୦ ଯାଏ କୋଭିଡ କଟକଣା ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ, ୨୮/୮: ଦେଶରେ କରୋନା ସଂକ୍ରମଣ କମିନି। ତେଣୁ ସେପ୍ଟେମ୍ବର ୩୦ ଯାଏ କୋଭିଡ କଟକଣା ବଢ଼ାଇଛି କେନ୍ଦ୍ର । ଏନେଇ ସବୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖିଛନ୍ତି। ଆଗକୁ ପାର୍ବଣ ଋତୁ ଥିବାରୁ ଗହଳି ଏଡାଇବାକୁ ଚିଠିରେ ଉଲ୍ଲେଖ ରହିଛି। ଗହଳିସ୍ଥାନରେ କଡ଼ାକଡ଼ି କଟକଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାର୍ବଣରେ ୫ ସୂତ୍ରୀ ନିୟମ ପାଳନ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।