ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଲା କରୋନା।

ଭୁବନେଶ୍ୱର, ୨୫/୮:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି ।କଟକରେ ସର୍ବାଧିକ ୨୫, ଜଗତସିଂହପୁର- ୨୧, ଢେଙ୍କାନାଳ-୯, ଖୋର୍ଦ୍ଧା ଓ ବାଲେଶ୍ବରରେ ୩-୩, ଅନୁଗୁଳ, ଗଞ୍ଜାମ ଓ ପୁରୀରେ ୨ ଜଣ ଲେଖାଏ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।