ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ୱର, ୨୪/୮:ରାଜ୍ୟରେ କରୋନା ଯୋଗୁ ପରୀକ୍ଷା ବାତିଲ କାରାଯାଇଥିଲା। ତେଣୁ ଗତ କିଛି ଦିନ ତଳେ ବିକଳ୍ପ ପଦ୍ଧତିରେ ମାଟ୍ରିକ ରେଜଲ୍ଟ ବାହାରିଥିଲା। କିନ୍ତୁ ଅନ୍‌ଲାଇନ ମାର୍କିଂରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶ ପାଇଛି ଅଫଲାଇନ ମାଟ୍ରିକ୍ ପରୀକ୍ଷା ଫଳ। ମୋଟ ୧୫,୧୩୬ ଛାତ୍ରଛାତ୍ରୀ  ମାଟ୍ରିକ ପରୀକ୍ଷା ଦେଇଥିଲେ।ମାଟ୍ରିକ୍ ପାସ୍‌ହାର ୮୦.୮୩% ରହିଛିି । ପରୀକ୍ଷା ରେଜଲ୍ଟ www.odisharesult.ac.in ଓ୍ବେବ୍‌ସାଇଟ୍‌ ଜରିଆରେ ଉପଲବ୍ଧ ଅଛି।