ଦଳାଚକଟାରେ କାବୁଲ ବିମାନବନ୍ଦରରେ ୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୨/୮: କାବୁଲ ରେ ଅଭାବନୀୟ ଘଟଣା। କାବୁଲ ବିମାନବନ୍ଦରରେ ଦଳାଚକଟା ରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନରୁ ତାଲିବାନ ଡରରେ ପଳାୟନ କରୁଥିବା ଲୋକେ ପରସ୍ପର ସହ ଧସ୍ତାଧସ୍ତି ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବ୍ରିଟିଶ ସୈନ୍ୟ ପକ୍ଷରୁ ସୂଚନା ମିଳିିିଛି।

ଅନ୍ୟପଟେ ବିଭିନ୍ନ ଦେଶ ପକ୍ଷରୁ ଏବେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୫୦୦ ଆମେରିକୀୟଙ୍କ ସମେତ ୧୭,୦୦୦ ଲୋକଙ୍କୁ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଭାରତ  ୩୦୦ ଭାରତୀୟ  ସ୍ଥାନାନ୍ତର ହୋଇଛନ୍ତି।