ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୨/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି ।କଟକ ଓ ଜଗତସିଂହପୁରରେ ସର୍ବାଧିକ ୧୩ ଜଣ ଲେଖାଏଁ, ଢେଙ୍କାନାଳ-୧୧, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ୮ ଜଣ ଲେଖାଏଁ, ଯାଜପୁର-୫; ବାଲେଶ୍ବର, ଭଦ୍ରକ ଓ ଖୋର୍ଦ୍ଧାରେ ୩-୩,
ନବରଙ୍ଗପୁର ଓ ନୟାଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।