୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୫/୧୧(ଦି ପ୍ରଗତି ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିିଥିଲା। ସେହି ବୈଠକରେ ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ ମିଳିଛି। ରାଜ୍ୟ ଶିଳ୍ପନୀତିରେ ଏହା ସବୁଠୁ ବଡ଼ ପୁଞ୍ଜି ନିବେଶ । ୫ଟି ମେଗା ପ୍ରକଳ୍ପକୁ HLCA ମଞ୍ଜୁରି  ମିଳିଛି। ଯାହାଫଳରେ ୩୧ ହଜାର ୯୭୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

JSPLର ସଂପ୍ରସାରଣ ଓ ସ୍ଲରି ପାଇପ୍‌ ଲାଇନ୍‌କୁ ମଞ୍ଜୁରି ମିଳିଛି । ଏଥିପାଇଁ ୭୬ ହଜାର ୧୮ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୨ଟି ପର୍ଯ୍ୟାୟରେ ୨୪ ହଜାର ୩୫୦ ନିଯୁକ୍ତି ସୃଷ୍ଟି ହେବ । ଜିନ୍ଦଲ ଷ୍ଟେନ୍‌ଲେସ୍‌ର ସଂପ୍ରସାରଣ ପାଇଁ ୬ ହଜାର ୮୪୦ କୋଟି ପୁଞ୍ଜି ନିବେଶ ହେବ ଓ ଏଥିରେ ପ୍ରାୟ ୨୨୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଏସାର ମିନ୍‌ମେଣ୍ଟରେ  ୬ ହଜାର ୬୫୦ କୋଟି,  ମିତ୍ତଲ ନିପନ ଷ୍ଟିଲ୍‌ରେ , ୨ ହଜାର କୋଟି , ଶ୍ୟାମ ମେଟାଲିକ୍ସରେ ୧୨୦୫ କୋଟି ଟଙ୍କା ନିବେଶ ହେବ।