ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ ଯୋଜନା

ଭୁବନେଶ୍ୱର, ୨୧/୮: ଆଜି ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ ଯୋଜନା ଆରମ୍ଭ ହୋଇଛି । ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ କ୍ଲାସ ରେ ଅତ୍ୟାଧୁନିକ ସୁବିଧା ସହ  ଡିଜିଟାଲ କ୍ଲାସରୁମ ଓ ମଡେଲ ଲାଇବ୍ରେରୀ ସୁବିଧା ରହିଛି। ଅନ୍ୟପଟେ ହିଞ୍ଜିଳିରୁ ଆରମ୍ଭ ହୋଇଛି ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ବେଳେ ଆଜି ୧୦ଟିକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।