ଅକ୍ଟୋବର ମାସକୁ କୋଟିଏ ଜାଇଡସ୍‌ ଟିକା ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର, ୨୧/୮: କରୋନା ଚେନ ଭାଙ୍ଗିବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ତେଣୁ ୧୨ ବର୍ଷରୁ ଅଧିକ ପିଲାଙ୍କ ପାଇଁ ଜାଇଡସ୍‌ ଟିକାକୁ ଅନୁମତି ମିଳିଛି । ପ୍ରଥମ ଡ୍ରୋଜ୍‌ର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଟିକା ନିଆଯିବ । ପ୍ରଥମ ଡ୍ରୋଜ୍‌ର ୫୬ ଦିନ ପରେ ତୃତୀୟ ଡୋଜ୍‌ ଟିକା ନେବାକୁ ହେବ । ସେପ୍ଟେମ୍ବର ମଧ୍ୟଭାଗରୁ ଦେଶରେ ଜାଇଡସ୍‌ ଟିକା ଉପଲବ୍ଧ ହେବ ବୋଲି ସୂଚନା ରହିଛି । ଅନ୍ୟପଟେ ଅକ୍ଟୋବର ମାସକୁ କୋଟିଏ ଡୋଜ୍‌ ଟିକା ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଗାମୀ ସପ୍ତାହରେ ଟିକାର ମୂଲ୍ୟ ଘୋଷଣା କରାଯିବ ବୋଲି ଜାଇଡସ୍‌ କାଡିଲା ଗ୍ରୁପ୍‌ର MD ସର୍ବିଲ ପଟେଲ କହିଛନ୍ତି । ଜଣେ ପିଲାକୁ ଜାଇଡସ୍‌ ଟିକା ZYCOV-Dର ୩ଟି ଡୋଜ ନେବାକୁ ହେବ । ଜାଇଡସ୍ ଟିକା ୬୬ ପ୍ରତିଶତ ପ୍ରଭାବଶାଳୀ ବୋଲି ଜାଇଡସ୍‌ କାଡିଲା ଗ୍ରୁପ୍‌ର MD ସର୍ବିଲ ପଟେଲଙ୍କ ଦାବି କରିଛନ୍ତି । ଏହାସହ କୋଭିଡର ଡେଲ୍‌ଟା ଭେରିଆଣ୍ଟ ଉପରେ ବି ଏହା ୬୬% ଫଳପ୍ରଦ ବୋଲି ସେ କହିଛନ୍ତି ।