ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୮: ଆଜି ମାଲକାନଗିରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଅଛନ୍ତି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ସେଠାରେ ମାଲକାନଗିରି ସଂସ୍କୃତି ଭବନରେ ସ୍ମାର୍ଟ ହେଲଥ କାର୍ଡ ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ସେଠାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍ ଥ କାର୍ଡ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ମାର୍ଟ ହେଲଥ କାର୍ଡରେ ୯୬ ଲକ୍ଷ ପରିବାର ସହ ୩ କୋଟି ଲୋକ ଉପକୃତ ହେବେ । ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସୁବିଧା ଦିଆଯିବ । ସ୍ମାର୍ଟ ହେଲଥ କାର୍ଡରେ ଚିପ ସିଷ୍ଟମ ରହିଛି । ଚିପରେ ହାତିଧିକାରୀଙ୍କ ସମସ୍ତ ତଥ୍ୟ ରହିବ ।