କିପରି କଟିବ ଆଜି ଆପଣଙ୍କ ଦିନ: ୧୮/୦୮/୨୦୨୧

ମେଷ:ଆଜିର ଦିନ ସୁଖଦ ରହିବ। ଆଜି ଆପଣଙ୍କର ସମ୍ପର୍କୀୟଙ୍କ ସହିତ ସାକ୍ଷତ କରିପାରନ୍ତି। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ। ଆଜି ଆପଣଙ୍କୁ ଋଣରୁ ମୁକ୍ତି ମିଳିବ। କିଛି କାମ ହେତୁ ଦୀର୍ଘ ଦିନ ଧରି ଚାଲିଆସୁଥିବା ଅସୁବିଧା ଦୂର ହେବ।

ବୃଷ:ଆପଣଙ୍କ ସାଥୀ କୌଣସି ସକରାତ୍ମକ ମନୋଭାବ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଏକ ଖୁସି ଖବର ଆସିବ। ଟଙ୍କା ରୋଜଗାର କରିବାର ସମ୍ଭାବନା ଅଛି। ଅପରିଚିତ ଲୋକଙ୍କଠାରୁ ଦୂରତା ରଖନ୍ତୁ। ବକ୍ତବ୍ୟରେ ସଂଯମତା ରଖିବା ଆବଶ୍ୟକ ହେବ। ଆପଣ ଏକ ନୂତନ ସ୍ଥାନକୁ ଯାଇପାରନ୍ତି।

ମିଥୁନ:ଆଜି ଆପଣଙ୍କର ଦିନ ସ୍ୱାଭାବିକ ହେବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି। ଆପଣଙ୍କ ସମ୍ପର୍କରେ ଭୁଲ ବୁଝାମଣା ହେବାକୁ ଦିଅନ୍ତୁ ନାହିଁ। ସହକର୍ମୀମାନେ ଅଫିସରେ ସାହାଯ୍ୟ କରିବେ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବଡ଼ମାନଙ୍କ ପରାମର୍ଶ ନିଅନ୍ତୁ।

କର୍କଟ:ଆପଣଙ୍କର ଦିନଚର୍ଯ୍ୟ ଉନ୍ନତି ହେବ। କାହା ଉପରେ କୌଣସି କ୍ରୋଧ ରଖନ୍ତୁ ନାହିଁ। ଆଜି ଆପଣ ବହୁତ ସକାରାତ୍ମକ ହେବାକୁ ଚେଷ୍ଟା କରିବେ। ବିନିଯୋଗ କରିପାରନ୍ତି। ଆପଣ ସ୍ଥାନାନ୍ତରର ଖବର ପାଇବେ। ବ୍ୟବସାୟରେ ଲାଭ ହୋଇପାରେ।

ସିଂହ:କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପରେ ଆପଣଙ୍କର କ୍ୟାରିୟର ନୂତନ ଦିଗ ପାଇବ। ଧନଲାଭ ହେବ। ଭ୍ରମଣରୁ ଦୂରେଇ ରୁହନ୍ତୁ ଆଘାତ ହେବାର ସମ୍ଭାବନା ଅଛି। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ।

କନ୍ୟା:ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ସମସ୍ୟା ଦୂର ହେବ। ଦାୟିତ୍ୱକୁ ଠିକ ସମୟରେ ସଂପୂର୍ଣ୍ଣ କରିପାରିବେ। ଆପଣ ନିଜ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ ବିତାଇବେ। ଆପଣ କରିଥିବା କାର୍ଯ୍ୟ ପାଇଁ ଅନ୍ୟକୁ ଶ୍ରେୟ ନେବାକୁ ଦିଅନ୍ତୁ ନାହିଁ। ସାଙ୍ଗମାନଙ୍କୁ ଭେଟିବେ।

ତୁଳା:ଆଜି ଉତ୍ସାହିତ ରହିବେ। ପୂର୍ବରୁ କରାଯାଇଥିବା ବିନିଯୋଗରୁ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ନିଜର ନୂତନ ଦାୟିତ୍ୱ ପୂରଣ କରିବେ। ନିଜକୁ ପ୍ରମାଣ କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଆପଣଙ୍କର କାର୍ଯ୍ୟ ଦକ୍ଷତା ସହିତ ଆପଣ ସମସ୍ତଙ୍କୁ ପ୍ରଭାବିତ କରିବେ।

ବିଛା:କିଛି ସମସ୍ୟା ହେତୁ ଆଜି ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଦିନ ହେବ ରହିବ। ଚିନ୍ତିତ ହେବେ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆଜି ଦିନସାରା ବ୍ୟସ୍ତ ରହିବେ। ଆପଣ କ୍ଳାନ୍ତ ଅନୁଭବ କରିପାରନ୍ତି। ଗୁପ୍ତ କଥା କାହା ସହିତ ଅଂଶୀଦାର କରନ୍ତୁ ନାହିଁ।

ଧନୁ: ଆଜି ଆପଣ ବହୁତ ଖୁସି ରହିବେ। ସନ୍ତାନ ପକ୍ଷକୁ ଉନ୍ନତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଋଣ ରାଶି ଫେରସ୍ତ ମିଳିବାର ସମ୍ଭାବନା ଅଛି। ଅଆପଣ ନିଜର ସମସ୍ତ ଦାୟିତ୍ୱ ପୂରଣ କରିପାରିବେ। ଆପଣ କିଛି ନୂତନ କାର୍ଯ୍ୟ ପାଇଁ ଯାତ୍ରା କରିପାରନ୍ତି।

ମକର:କ୍ୟାରୀୟରର ପ୍ରୟାସ ସଫଳ ହେବ। ଛାତ୍ରମାନେ ଉପକୃତ ହେବେ। ଜୀବନସାଥୀଙ୍କ ସହ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। କେହି କେହି ଆପଣଙ୍କୁ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରିପାରନ୍ତି। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ବିରୋଧୀମାନେ ସକ୍ରିୟ ରହିବେ।

କୁମ୍ଭ:ଆପଣ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। କୌଣସି ଅପରିଚିତ ବ୍ୟକ୍ତିଙ୍କଠାରୁ ସତର୍କ ରହିବାକୁ ପଡିବ। ଅଫିସ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ଆପଣଙ୍କର ସ୍ଥିର ବଜେଟ ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

ମୀନ:ଆଜି ଆପଣଙ୍କୁ ଖୁସି ମିଳିବ। କାର୍ଯ୍ୟ ଠିକ ସମୟରେ ସମାପ୍ତ କରିପାରନ୍ତି। ଆପଣ ସାମାଜିକ ଭାବରେ ପ୍ରଶଂସିତ ହେବେ। ସରକାରୀ କାର୍ଯ୍ୟ ସମାପ୍ତ ହେବ। ଆଜି ବ୍ୟବସାୟରେ ଲାଭ ହୋଇପାରେ। ନୂଆ ଖୁସି ଖବର ଆପଣଙ୍କ ଚେହେରାରେ ସୁଖ ଆଣିଦେବ।