+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୧୭/୮: ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨୦ରୁ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଛାତ୍ରଛାତ୍ରୀମାନେ SAMS ୱେବ୍‌ସାଇଟ୍‌ରେ ଅନଲାଇନ୍ ଆବେଦନ କରିପାରିବେ। ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଯାଏଁ ସାମସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି । ପ୍ରଥମ ମେଧା ତାଲିକା ସେପ୍ଟେମ୍ବର ୧୧ରୁ ୧୫ ରେ ପ୍ରକାଶ ପାଇବାକୁ ଥିବା ବେଳେ ସେପ୍ଟେମ୍ବର ୧୬ ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବ । ସେହିପରି ସେପ୍ଟେମ୍ବର ୨୧ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ସେପ୍ଟେମ୍ବର ୨୨ରୁ ୨୫ ଭିତରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବ ବୋଲି ସୂଚନା ରହିଛି ।