ଆଫଗାନିସ୍ତାନରେ ତାଲିବାନ କବ୍‌ଜା ନେଇ କଣ କହିଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୭/୮: ଆଫଗାନିସ୍ତାନ ସଙ୍କଟକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ।  ବିଳମ୍ବିତ ରାତିରେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ଓ  ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ସେ ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ  ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଠିକ୍‌ ନିଷ୍ପତ୍ତି ଥିଲା। ଆଫଗାନିସ୍ତାନରେ ଯାହା ଘଟିଲା, ତାହା ଯଥେଷ୍ଟ ଆଗରୁ ହେବାର ଥିଲା। ସେହିପରି ଆଫଗାନ ସେନା ଲଢିବାକୁ ପ୍ରସ୍ତୁତ ନୁହେଁ ତେବେ ୟୁଏସ୍‌ ସେନା କାହିଁକି ଲଢ଼ିବ ବୋଲି ବିଡେନ କହିଛନ୍ତି। ଅନ୍ୟପକ୍ଷରେ  ତାଲିବାନୀ ଆତଙ୍କୀଙ୍କୁ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇ କହିିଛନ୍ତି  ଯେ ଆମେରିକାର ସ୍ବାର୍ଥରେ ଆଞ୍ଚ ଆସିଲେ ତାଲିବାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।