ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୧୬/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି । ସମ୍ବଲପୁରରେ ସର୍ବାଧିକ ୧୨, କଟକରେ ୮, ଅନୁଗୁଳରେ ୭ ବାଲେଶ୍ବର ଓ ଢେଙ୍କାନାଳରେ ୫-୫, ବରଗଡ଼ ଓ ଭଦ୍ରକରେ ୪-୪, ଜଗତସିଂହପୁର ଓ ଖୋର୍ଦ୍ଧାରେ ୪-୪, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁରରେ ୨-୨, ବଲାଙ୍ଗିର, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା ଓ ନୟାଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।