ଆସନ୍ତାକାଲି ଜଗା ଦର୍ଶନ କରିବେ ପୁରୀବାସୀ

ପୁରୀ, ୧୫/୮: ବହୁ ଅପେକ୍ଷା ପରେ ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ। ଅନ୍ୟପଟେ ଆସନ୍ତା ୨୩ ତାରିଖରୁ ସମସ୍ତେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ଦର୍ଶନ କରିିିବେ ୱାର୍ଡୱାରୀ ପୁରୀ ସହର ବାସିନ୍ଦା  ଓ ଏନେଇ ଦିନ ଓ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ପୌରପାଳିକା ପକ୍ଷରୁ ପୁରୀ ସହରବାସୀଙ୍କୁ ଚିରୁକୁଟି ଦିଆଯାଉଛି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ଜଣ ସଦସ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ବୋଲି ସୂଚନା ରହିଛି । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନକୁ ବ୍ୟବସ୍ଥିତ କରିବା ପାଇଁ କିଓସ୍କ ଓ ବ୍ୟାରିକେଡ୍‌ ପ୍ରସ୍ତୁତ କରାଯାଇଛି।  ଅନ୍ୟପଟେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ।