ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୮: ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିଭଳି କରୋନା ମୁକାବିଲାରେ ଲଢେଇ କରି ଜୀବନ ଦେଇଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ ।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ ଭାରତର ଗଣତନ୍ତ୍ର ଭାରତର ସବୁଠୁ ବଡ ସଫଳତା । ଆମର ଗଣତନ୍ତ୍ର ହିଁ ଆମର ବିକାଶକୁ ଅଧିକ ସୁଗମ କରିବା ସହ ଦେଶକୁ ମଜବୁତ କରିଛି । ହକିରେ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ହାସଲ କରିଛି । ଯାହା ଦେଶର ଗୌରବକୁ ବଢାଇଛି ।