ରାଜ୍ୟରେ ଆଜି ଆଉ ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୧୪/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩ କୁ ବୃଦ୍ଧି ପାଇଛି । କଟକରେ ସର୍ବାଧିକ ୧୫, ନୟାଗଡ଼ରେ ୧୨, କେନ୍ଦ୍ରାପଡ଼ା ୯, ଅନୁଗୁଳ ୫, ନବରଙ୍ଗପୁରରେ ୪, ଯାଜପୁର, ଖୋର୍ଦ୍ଧା ଓ ସମ୍ବଲପୁରରେ ୩ ଜଣ ଲେଖାଏଁ, ବଲାଙ୍ଗିର, ବାଲେଶ୍ବର, ବରଗଡ଼, ଜଗତସିଂହପୁର ଓ ପୁରୀରେ ୨-୨ ମୃତ,  କୋରାପୁଟ ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।