ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର, ୧୪/୮: କରୋନା ପାଇଁ କୌଣସି ରେଜଲ୍ଟ ବାହାରି ପାରୁନଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପକାଇଛି । ଏହାରିମଧ୍ୟରେ ଆଜି ଦିନ ୧ଟାରେ +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖ ଯୋଗ୍ୟ ଯେ କଁ ରୋନା ଯୋଗୁ ବାତିଲ ହୋଇଥିଲା ପରୀକ୍ଷା।କଳାରେ ୨ ଲକ୍ଷ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ହଜାର ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ।http://orissaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେବ । ପତ୍ର ବିନିମୟ ପାଠ୍ୟକ୍ରମରେ ୩ ହଜାର ପିଲା ମଧ୍ୟ ଆବେଦନ କରିଥିବା ସୂଚନା ରହିଛି ।