ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର, ୧୩/୮: ବୁଣାକାରକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ମିଳିବ ବାସଗୃହ । ଏଣିକି ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଉତ୍ପାଦନ ସାମଗ୍ରୀ ସାଇତି ରଖିବାକୁ ଗୋଦାମ ଓ ବିକ୍ରୟ କେନ୍ଦ୍ର ଯୋଗାଯିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ ଗୋଦାମ ହେବ । ପଞ୍ଚାୟତିରାଜ ବିଭାଗର ଗାଇଡଲାଇନ୍‌ରେ ହିତାଧିକାରୀ ଚୟନ କରାଯିବ । ଆଗାମୀ ୩ ବର୍ଷରେ ୧୫ ହଜାର ତନ୍ତ ଗର୍ତ୍ତକୁ ପକ୍କା କରିବାକୁ ଘୋଷଣା କରାଯାଇଛି । ପ୍ରତି ତନ୍ତ ଗର୍ତ୍ତକୁ ପକ୍କା କରିବା ଲାଗି ୭ ହଜାର ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୩୧,୩୪୨ଟି ତନ୍ତ ଗର୍ତ୍ତ ମଧ୍ୟରୁ ୧୫,୦୭୧ଟି ପକ୍କା ହୋଇଛି ବୋଲି ସୂଚନା ରହିଛି ।