ବଡ ଖବର : ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର, ୧୩/୮: କରୋନା ପାଇଁ କୌଣସି ରେଜଲ୍ଟ ବାହାରି ପାରୁନଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପକାଇଛି । ଏହାରିମଧ୍ୟରେ ଆସନ୍ତାକାଲି +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପକ୍ଷରୁ ଆଜି ସୂଚନା ମିଳିଛି । କଳାରେ ୨ ଲକ୍ଷ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ହଜାର ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ। http://orissaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେବ । ପତ୍ର ବିନିମୟ ପାଠ୍ୟକ୍ରମରେ ୩ ହଜାର ପିଲା ମଧ୍ୟ ଆବେଦନ କରିଥିବା ସୂଚନା ରହିଛି ।