୪ ଓଡ଼ିଆ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ

ଭୁବନେଶ୍ୱର, ୧୨/୮: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଦେଶର ମୋଟ ୧୫୨ ଜଣଙ୍କୁ ପୋଲିସ ତଦନ୍ତରେ ଉତ୍କର୍ଷତା ପାଇଁ ପଦକ ମିଳିବାକୁ ଯାଉଛି ।ତେବେ ଏହି ୧୫୨ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି । ୪ ଓଡ଼ିଆ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ମିଳିବ। DSP ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍‌ସ୍ପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ଇନ୍‌ସ୍ପେକ୍ଟର ତୃପ୍ତି ରଞ୍ଜନ ନାୟକ, ଶ୍ରୀକାନ୍ତ ସାହୁଙ୍କୁ ସମ୍ମାନ କରାଯିବ। ଚଳିତ ବର୍ଷରେ ଅନୁସନ୍ଧାନମୂଳକ ତଦନ୍ତ ପାଇଁ ସମସ୍ତଙ୍କୁ ସମ୍ମାନିତ କରାଯିବ।