ରାଜ୍ୟରେ ୨୪ ଘଣ୍ଟାରେ ୬୭ ଜଣ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୧୨/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୭ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭ କୁ ବୃଦ୍ଧି ପାଇଛି । କଟକରୁ ୧୮, ଖୋର୍ଦ୍ଧାରୁ ୧୧, ସମ୍ବଲପୁରରୁ ୯ ଆକ୍ରାନ୍ତ,
ଯାଜପୁରରୁ ୫, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୪ ଲେଖାଏଁ, ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀରୁ ୨ ଜଣ ଲେଖାଏଁ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।