ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼

ଭୁବନେଶ୍ୱର, ୧୨/୮: ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼ କରାଯାଇଛି । ଭୁବନେଶ୍ୱର ସ୍ଥିତ ଧଉଳି ଅଞ୍ଚଳରେ ଏହି ଭଳି ଘଟଣାଟି ଘଟିଛି । ଧଉଳିର ବାଲିଆପଡ଼ାରେ ଜଣେ ଯୁବକ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ଏସିଡ ମାଡର କାରଣ ଅସ୍ପଷ୍ଟ ରହିଛି ।