ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୮: ଆଜି ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଷ ହକି ଖେଳାଳୀଙ୍କୁ ଅଢେଇ କୋଟି ଓ ମହିଳା ହକି ଖେଳାଳୀଙ୍କୁ ୫୦ ଲକ୍ଷ ଟଙ୍କା ପୋତ୍ସାହନ ରାଶି ଭାବେ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପଦକ ବିଜେତା ୨ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପୋଲିସ ବିଭାଗରେ ଡିଏସପି ଭାବେ ନିଯୁକ୍ତି ଦେଇଛନ୍ତି ନବୀନ ।