ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର, ଜାରି ହେଲା ଏସଓପି

ଭୁବନେଶ୍ୱର,୧୧/୮: ରାଜ୍ୟରେ କରୋନା ଯୋଗୁ ଶ୍ରୀମନ୍ଦିର ବନ୍ଦ ଥିଲା । କିନ୍ତୁ ବହୁ ଅପେକ୍ଷା ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲୁଛି। ଭକ୍ତଙ୍କ ପାଇଁ ଆସନ୍ତା ୧୬ତାରିଖରୁ ଶ୍ରୀମନ୍ଦିର ଖୋଲିବ। ଏନେଇ ଜାରି ହୋଇଛି ଏସଓପି । ଆସନ୍ତା ୧୬ତାରିଖରୁ ଶ୍ରୀମନ୍ଦିର ଖୋଲିବାକୁ ଥିବା ବେଳେ ୧୨ ଓ ୧୩ ତାରିଖରେ ସେବାୟତ ପରିବାର ଦର୍ଶନ କରିବେ। ସେହିପରି ୧୬ରୁ ୨୦ ଯାଏଁ ପୁରୀବାସୀ ଦର୍ଶନ କରିବେ। କିନ୍ତୁ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ପାଇଁ ଅନୁମତି ମିଳିଛି। ୨୩ ତାରିଖରୁ ସମସ୍ତେ ଦର୍ଶନ କରିପାରିବେ।

ଅନ୍ୟପକ୍ଷରେ ଶନିବାର ଓ ରବିବାର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ । ଏହି ଦୁଇ ଦିନ କରୋନା ପାଇଁ ମନ୍ଦିର ସାନିଟାଇଜ ହେବ । କୋଭିଡ୍ ଗାଇଡଲାଇନ୍ ସହ ସାମାଜିକ ଦୂରତା ରକ୍ଷା କରିବେ ଶ୍ରଦ୍ଧାଳୁ । ଏହାସହ ମନ୍ଦରରେ କୌଣସି ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେନି । ମନ୍ଦିର ଭିତରକୁ ଫୁଲ, ଭୋଗ ଓ ଦୀପ ନେଇ ଯାଇପାରିବେନି । ପାନ ଓ ଗୁଟଖା ଖାଇବା ମନା ଓ  ଯଦି କେହି ଧରାପଡିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ସେହିପରି ମନ୍ଦିରକୁ ପଲିଥିନ୍ ନେବାକୁ ଅନୁମତି ନଥିବା ବେଳେ ଧରାପଡିଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ।