ଆସନ୍ତା ୧୨ରୁ  +୨ ଆଡମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୦/୮: ଚଳିତ ସପ୍ତାହରେ ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଅନ୍ୟପକ୍ଷରେ ଆସନ୍ତା ୧୨ରୁ  +୨ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ସାମସ୍ ୱେବ୍‌ସାଇଟରେ ଛାତ୍ରଛାତ୍ରୀ ଆବେଦନ କରିବେ। ଚଳିତ ବର୍ଷ କୌଣସି ଆଡମିଶନ ଫି’ ବୃଦ୍ଧି ହେବନାହିଁ। ରାଜ୍ୟରେ ୫୪ ହଜାର ୯୦୦ ଯୁକ୍ତ ଦୁଇ ସିଟ୍‌ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ବିଜ୍ଞାନରେ ୧୩ ହଜାର, ବାଣିଜ୍ୟରେ ୩୯୦୦ ସିଟ୍‌ ବଢ଼ିଛି । ସେହିିିପରି କଳାରେ ୪୦ ହଜାରରୁ ୩୮ ହଜାର ପାଇଁ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ ୭୨ ହଜାର ସିଟ ବଢ଼ାଇବାକୁ ବିଭିନ୍ନ କଲେଜ ଆବେଦନ କରିଥିଲେ ।