ଦେଶ ବିଦେଶରେ ମହକିବ କୋରାପୁଟ କଫି

ଭୁବନେଶ୍ୱର, ୮/୮: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଜିନିଷ ପାଇଁ ଦେଶ ବିଦେଶରେ ପରିଚିତ ହୋଇଛି। ସେହିପରି ଏଣିକି ଦେଶ ବିଦେଶରେ ମହକିବ କୋରାପୁଟ କଫି। ଖୁବ୍‌ ଶୀଘ୍ର କୋରାପୁଟ କଫିର ବିକ୍ରି ଆରମ୍ଭ କରିବ ଟାଟା କମ୍ପାନି।କୋରାପୁଟ କଫିର ବ୍ୟାବସାୟିକ କାରବାର ପାଇଁ ଟାଟା କଫି ସହମତି ପ୍ରକାଶ କରିଛି। କୋରାପୁଟର ସଫଳ କଫି ଚାଷୀ ସୁଲୋଚନା ଖରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ ଦେଖେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ବଡ଼ ଭୂମିକା ନେବ ବୋଲି ମଧ୍ୟ ସେ କହିଛନ୍ତି।