ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ

ଭୁବନେଶ୍ୱର, ୮/୮: ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ । ଆୟ ବହିର୍ଭୁତ ଅଭିଯୋଗରେ ତାଙ୍କର କାର୍ଯ୍ୟାଳୟ, ସରକାରୀ ଘର ଓ ନରାଜ ପୈତୃକ ଘରେ ରେଡ୍ ପକେଇଥିଲା ଭିଜିଲାନ୍ସ। ଏହାସହ CDVOଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ପରେ ରେଡ୍ ଚାଲିଛି । ସରକାରୀ ଗାଡ଼ିରେ ଯାଉଥିବା ବେଳେ CDVOଙ୍କ ଠାରୁ ଏହି ଟଙ୍କା ଜବତ ହୋଇଥିଲା ।