ରାଜ୍ୟରେ ୨୪ ଘଣ୍ଟାରେ ୬୯ ଜଣ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୮/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪୩୫ କୁ ବୃଦ୍ଧି ପାଇଛି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ବରଗଡ଼ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪ ଓ ଦେବଗଡ଼ରୁ ଜଣେ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।।ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।