ସୁନ୍ଦରଗଡ ଗସ୍ତରେ ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୭/୮: ଆଜି ସୁନ୍ଦରଗଡ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ। ସେଠାରେ ପହଂଚି ସେମାନେ ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ନିର୍ମାଣାଧିନ ପ୍ରକଳ୍ପ ସ୍ଥଳ ଓ ଏନଟିପିସି ମେଡିକାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଏନଏଚଆରଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।