କିପରି କଟିବ ଆଜି ଆପଣଙ୍କ ଦିନ: ୭/୦୮/୨୦୨୧

ମେଷ: ଆଜିର ଦିନ ସମସ୍ୟାଭରା ରହିବ। କୌଣସି କାମକୁ ଆସନ୍ତା କାଲି ପାଇଁ ସ୍ଥଗିତ ରଖନ୍ତୁ ନାହିଁ। ସରକାରୀ କାର୍ଯ୍ୟ ଜାରି ରହିବ। ପରିବାର ସଦସ୍ୟଙ୍କ ସହ ବିବାଦ ହେତୁ ଆପଣ ମାନସିକ ସ୍ତରରେ ବିଚଳିତ ହେବେ। ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଧିକ ଭାବନ୍ତୁ ନାହିଁ।

ବୃଷ:ଋଣ ରାଶି ଫେରସ୍ତ ମିଳିବ। ଆପଣଙ୍କୁ ଶୁଭ ଖବର ମିଳିପାରେ। କୌଣସି ସମ୍ପର୍କୀୟଙ୍କ ସ୍ଥାନକୁ ଯିବେ। ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ କୌଣସି ଯାତ୍ରାକୁ ଯାଇପାରନ୍ତି। ପୁରୁଣା ସାଙ୍ଗମାନଙ୍କ ସହିତ ଆଲୋଚନା ହୋଇପାରେ।

ମିଥୁନ:ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ଚାପ ଦୂର ହେବ। କୌଣସି ଜ୍ଞାନୀ ବ୍ୟକ୍ତି ଆପଣଙ୍କୁ ମାର୍ଗଦର୍ଶନ କରିବେ। ସମ୍ପତ୍ତି ସହିତ ଜଡିତ ବିଷୟଗୁଡିକ ସମାଧାନ ହୋଇପାରିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଆପଣ ଏକ ଯୋଜନା ପ୍ରସ୍ତୁତ କରିପାରନ୍ତି।

କର୍କଟ:ଆଜି ଆପଣଙ୍କର ଦିନ ଭଲ ରହିବ। ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ଋଣ ରାଶି ପରିଶୋଧ କରିବାକୁ ସକ୍ଷମ ହେବେ। ପରିବାରର ଆବଶ୍ୟକତା ପୂରଣ କରିପାରନ୍ତି। ଅଧିକ ଦାୟିତ୍ୱ ରହିବ।

ସିଂହ:ଆଜି ଆପଣ ସମସ୍ୟାରେ ରହିବେ। ବ୍ୟବହାରରେ ଅଧିକ କ୍ରୋଧ ରହିବ। କାହା ସହିତ ବିବାଦ ହେତୁ ଆପଣ ଟେନସନ ହୋଇପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆପଣଙ୍କର ଜୀବନସାଥୀମାନଙ୍କ ଉପରେ ନଜର ରଖନ୍ତୁ।

କନ୍ୟା: ଆଜି ଆପଣଙ୍କର ଦିନ ଭଲ ରହିବ। ପଦୋନ୍ନତିର ସୂଚନା ମିଳିପାରେ। ଯେଉଁମାନେ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ନୂତନ ସୁଯୋଗ ପାଇବେ। ଆପଣଙ୍କର କୌଶଳ ଅଧିକାରୀମାନଙ୍କ ଦ୍ୱାରା ପ୍ରଶଂସିତ ହେବ।

ତୁଳା:ଆଜି ଆପଣଙ୍କର ଦିନ ସୁଖଦ ରହିବ। ଆଜି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୌଣସି ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି। ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ସହଯୋଗ ମିଳିବ।

ବିଛା:ଅପରିଚିତ ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଆଜି କାହା ସହିତ ବିବାଦ ହେବାର ଆଶଙ୍କା ରହିଛି। ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ। କୌଣସି ବଡ଼ ସମସ୍ୟାରେ ଫସି ଯାଇପାରନ୍ତି। ପରିବାରରେ ବିବାଦ ହୋଇପାରେ।

ଧନୁ:ଆଜି ଆପଣ ଯାତ୍ରା କରିପାରନ୍ତି। ପରିବାର ସହିତ ଜଡିତ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ପାରିବାରିକ ଦାୟିତ୍ୱ ସମାପ୍ତ କରିପାରନ୍ତି। ଅଡିଚିତ ଲୋକଙ୍କ ପାଇଁ କିଛି କ୍ଷତି ହୋଇପାରେ।

ମକର:ଆଜି ଆପଣଙ୍କୁ ଅପରିଚିତ ଲୋକଙ୍କ ପ୍ରତି ସାବଧାନ ରହିବାକୁ ପଡିବ। ବଡ଼ ମାନଙ୍କର ଅନୁଭୂତିର ଲାଭ ମିଳିବ। ଜମି କିମ୍ବା ଘର ପାଇଁ ନିବେଶ କରିପାରନ୍ତି। ପୁରୁଣା ରୋଗ ଦେଖା ଦେଇପାରେ। ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ ହୋଇପାରେ।

କୁମ୍ଭ:ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆପଣଙ୍କୁ ଅଧିକ ଦୌଡ଼ିବାକୁ ପଡିପାରେ। କାର୍ଯ୍ୟର ଚାପ ଅଧିକ ରହିବ। ସମ୍ପର୍କୀୟମାନଙ୍କର ସହଯୋଗ ପାଇବେ। ଆପଣ ସନ୍ତାନ ପାର୍ଶ୍ୱରୁ ଭଲ ଖବର ପାଇପାରନ୍ତି। କହିବା ସମୟରେ ସାବଧାନ ରୁହନ୍ତୁ।

ମୀନ:ଆଜି ରିସ୍କ ସହିତ ଜଡ଼ିତ କାର୍ଯ୍ୟ କରିବା ବ୍ୟକ୍ତି ସତର୍କ ରୁହନ୍ତୁ। କାରବାର ଭଲ ଚାଲିବ। ଖୁସି ରହିବେ। ଦିନସାରା କାହା ସହିତ ନାଁ କାହା ସହିତ ଦେଖା ହେବ। ଆଘାତ ହେବାର ଆଶଙ୍କା ଅଛି। ଆପଣ ନୂତନ କାର୍ଯ୍ୟରୁ ଉପକୃତ ହେବେ।