ଶକ୍ତି ବିଭାଗର ଅନ୍‌ଲାଇନ ସେବାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୮: ଶକ୍ତି ବିଭାଗର ଅନ୍‌ଲାଇନ ସେବାକୁ କାର୍ଯ୍ୟକ୍ଷମ କରାଯାଇଛି। ୫ଟି କାର୍ଯ୍ୟକ୍ରମରେ ୯ଟି ସେବା ଅନ୍‌ଲାଇନରେ ଉପଲବ୍ଧ ହେବ। ଏହି ଅନ୍‌ଲାଇନ ସେବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜିଟାଲ ରୂପାନ୍ତରଣରେ ଲୋକଙ୍କୁ ଶସକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନଏହା ଦ୍ୱାରା ଉପକୃତ ହେବେ। ଯାହାଦ୍ୱାରା ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ ଅନ୍‌ଲାଇନରେ ହେବ।