ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି

ପୁରୀ, ୬/୮: ଆସନ୍ତା ୧୬ରୁ ଖୋଲିବା ପୁରୀ ଶ୍ରୀମନ୍ଦିର। ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି । କେବଳ ପୁରୀ ବୀସୀଙ୍କ ପାଇଁ ଏହି ନୂଆ ଏସଓପି ଜାରି ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ ନୁହେଁ । ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ପୁରୀବାସୀ ।  ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ । ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ।ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବାକୁ ଅନୁମତିି ନାହିଁ। ସେହିପରି ଶ୍ରଦ୍ଧାଳୁ ଆନନ୍ଦବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ ।