ଆସନ୍ତା ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୬/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସବୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖାଯାଇଥିଲା । ଏହାସହ କୌଣସି ପରୀକ୍ଷା ହୋଇପାରୁନଥିଲା ଓ ରେଜଲ୍ଟ ମଧ୍ୟ ବାହାରୀ ପାରୁନଥିଲା । ଛାତ୍ରଛାତ୍ରୀଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଏହାରିମଧ୍ୟରେ ଆସନ୍ତା ୧୬ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ନିଷ୍ପତି ନିଆଯାଇଛି । କଲେଜ ଆସି ପାଠପଢିବେ ଛାତ୍ରଛାତ୍ରୀ । ପିଜି ପ୍ରଥମ ବର୍ଷ ଓ ୟୁଜିର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଏହାସହ ହଷ୍ଟେଲ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।