ରାଜ୍ୟରେ ୨୪ ଘଣ୍ଟାରେ ୬୬ ଜଣ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୬/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୩୦୨ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୧୯, କଟକ ୧୧, ଗଞ୍ଜାମ ୧୦, ବାଲେଶ୍ବର ୬, ଅନୁଗୁଳରୁ ୪ , କେନ୍ଦୁଝର ୩, ବଲାଙ୍ଗିର, ମୟୂରଭଞ୍ଜ, ଓ ପୁରୀରୁ ୨ ଜଣ ଲେଖାଏଁ, ସମ୍ବଲପୁର, ରାୟଗଡ଼ା, ନୂଆପଡ଼ା, ନୟାଗଡ଼ରୁ, କନ୍ଧମାଳ, ଝାରସୁଗୁଡ଼ା ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।