କୁସ୍ତିରେ କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ବଜରଙ୍ଗ ପୁନିଆ

ଟୋକିଓ, ୬/୮: ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ଜିତିଛନ୍ତି ବଜରଙ୍ଗ ପୁନିଆ । ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ଜିତିଛନ୍ତି ପୁନିଆ । କିର୍ଗିଜସ୍ତାନ ଖେଳାଳିଙ୍କୁ ହରାଇ କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ପୂର୍ବରୁ ପ୍ରି-କ୍ବାର୍ଟର୍ସରେ ସେ କାଜାଖସ୍ତାନର ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୮ ଏସିଆନ୍‌ ଗେମ୍ସ୍‌’ରେ ସେ ସ୍ବର୍ଣ୍ଣ ଏବଂ ‘୨୦୧୯ ୱାର୍ଲଡ୍‌ଚାମ୍ପିଅନ୍‌ସିପ୍‌’ରେ ରୌପ୍ୟ ପଦକ ହାସଲ କରିଥିଲେ।