ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ରେସଲର ରବି ଦହିୟା

ନୂଆଦିଲ୍ଲୀ, ୪/୮: ଟୋକିଓ ଅଲିମ୍ପିକ୍ସ ପୁରୁଷ କୁସ୍ତି ଫାଇନାଲରେ ଭାରତର ରବି ଦହିୟା ପ୍ରବେଶ କରିଛନ୍ତି। ୫୭ କେଜି ବର୍ଗ ସେମିରେ କଜାକିସ୍ତାନ ଖେଳାଳିଙ୍କୁ କୁସ୍ତିରେ ହରାଇଛନ୍ତି ରବି । ଏହାସହ ଭାରତ ପାଇଁ ଚତୁର୍ଥ ମେଡାଲ ପକ୍କା କରିଛନ୍ତି ରବି । କୁସ୍ତିରେ ପଦକ ଜିତିବାରେ ରବି ହେଉଛନ୍ତି ପଞ୍ଚମ ଭାରତୀୟ।