ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୪/୮: ରାଜ୍ୟରେ କୋଭିଡ ପରିସ୍ଥିତି ଦେଖି ସବୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଥିଲା। କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ଦୃଷ୍ଟି ରେ ରଖି ଅଗଷ୍ଟ ୯ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ କେବଳ ଶେଷ ବର୍ଷର ପିଲାଙ୍କ ପାଇଁ ଖୋଲିବ। ଅନ୍ୟପକ୍ଷରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି ହୋଇଛି। ଅନ୍‌ଲାଇନ୍‌ରେ ପଢ଼ାଯାଇଥିଲେ ବି ପୁଣିଥରେ ଶ୍ରେଣୀରେ ପାଠ ପଢ଼ାଯିବ। ସମ୍ଭବ ହେଲେ ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ ବୋଲି ସୂଚନା ରହିଛି।