ଆଜିଠାରୁ ଖୋଲିଲା ମା ସମଲେଶ୍ୱରୀଙ୍କ ମନ୍ଦିର

ଭୁବନେଶ୍ୱର, ୩/ ୮ : ନୂଆ ଗାଇଡଲାଇନ ଅନୁସାରେ ଓ କଟକଣା ଭିତରେ ଆଜିଠାରୁ ମା ସମଲେଇଙ୍କ ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମା ସମଲେଇଙ୍କ ମନ୍ଦିର ଖୋଲାଯାଇଛି । କିନ୍ତୁ ପ୍ରତି ସପ୍ତାହର ସୋମବାର ଦିନ ମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ । ଅନ୍ୟପଟେ ସକାଳ ୬ରୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ରହିଛି ।ଦର୍ଶନ ପାଇଁ ଅନୁମତି ମିଳିଥିଲେ ମଧ୍ୟ ମନ୍ଦିର ମୁଖ୍ୟ ଗମ୍ଭୀରା ଭିତରୁ ପ୍ରବେଷ ନିଷେଧ ରହିଛି। ଏହାସହ ପ୍ରସାଦ, ଫୁଲ, ଦୀପ, ଧୁପ ମନ୍ଦିର ଭିତରକୁ ନେଇପାରିବେ ନାହିଁ ।