OSSC ସଦସ୍ୟଙ୍କ କୋଟିପତି PS ବିରଞ୍ଚି ସାହୁ ନିଲମ୍ବିତ

ଭୁବନେଶ୍ୱର, ୨/୮:OSSC ସଦସ୍ୟଙ୍କ କୋଟିପତି PS ବିରଞ୍ଚି ସାହୁ ନିଲମ୍ବିତ ହୋଇଛନ୍ତି। ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିସ କରିଛନ୍ତି OSSC ଅଧ୍ୟକ୍ଷ ନିର୍ମଳ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି । ବିରଞ୍ଚିଙ୍କ ସ୍ତ୍ରୀ ଓ ଶାଳକଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ପାଖାପାଖି ୪କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହାସହ ଦେଢ଼ କେଜି ସୁନାଗହଣା ସହ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା।