ମହିଳା ହକି ଟିମ୍‌କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୮: ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ମହିଳା ହକି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟ ଧାରା ବଜାୟ ରଖିବାକୁ ଟିମ୍‌କୁ ଉତ୍ସାହିତ କରିଛନ୍ତିି ନବୀନ । ୨୦୧୮ରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅଛି ଓଡ଼ିଶା ।

ଉଲ୍ଲେଖ ଯୋଗ୍ୟ ଯେ ଆଜି ଇତିହାସ ରଚିିିିଛି ଭାରତୀୟ ମହିଳା ହକି ଦଳ । ଅଲିମ୍ପିକ୍ସର ମହିଳା ହକି କ୍ବାର୍ଟର ଫଇନାଲରେ  ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମିଫାଇନାଲରେ ପହଂଚିଛି ଭାରତ । ଅଲିମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ଭାରତୀୟ ମହିଳା ଦଳ ପ୍ରବେଶ କରିଛି। ୧୯୮୦ ଓ ୨୦୧୬ ପରେ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳୁଛି ଭାରତ ।