କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦେବାକୁ ଦାବି

ଭୁବନେଶ୍ୱର, ୧/୮: କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କରିଛନ୍ତି ସାଂସଦ ସୁବାସ ସିଂହ। ତାଙ୍କ ନେତୃତ୍ୱରେ ମମତା ମହନ୍ତ ଓ ମୁନାଁ ଖାଁ ପାର୍ଲାମେଣ୍ଟ କାର୍ଯ୍ୟାଳୟରେ ଭେଟି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ୩ ସାଂସଦ ଦାବି କରିଛନ୍ତି। ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜିଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ ।