ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଫରେଷ୍ଟ ଗାର୍ଡ

ଭୁବନେଶ୍ୱର,୩/୧୧: ଭିଜିଲାନ୍ସ ଜାଲରେ ସମ୍ବଲପୁର ଜୁଜୁମରାର ଫରେଷ୍ଟ ଗାର୍ଡ ପଡିଛନ୍ତି। ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର। ବନ ସୁରକ୍ଷା ସମିତିର କୋଠା ନିର୍ମାଣ ବିଲ୍‌ ପାସ୍‌ ପାଇଁ ସେ ଲାଞ୍ଚ ନେଉଥିଲେ। ବେହେରାଣୀବସା ବନସୁରକ୍ଷା ସମିତିର ସଦସ୍ୟ ସଚିବ ଅଛନ୍ତି ମଧୁସ୍ମିତା ।